Тёмный

```ଭୁବନେଶ୍ବର: ଅମ୍ପନ ଆମ୍ପୁଡ଼ାରେ ଓଡ଼ିଶା ବେହାଲ । ଓଡିଶାର ୫ ଜିଲା ଅମ୍ପନ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି । ଫସଲ ଲୋ 

BRO MS TV
Подписаться 6 тыс.
Просмотров 33
50% 1

‘ଅମ୍ପନ’ ପ୍ରଭାବିତ ଅଞ୍ଚଳ ପରିଦର୍ଶନ ଲାଗି ଶୁକ୍ରବାର ଆସି ପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
21-May-2020 | Samaja Live
```ଭୁବନେଶ୍ବର: ଅମ୍ପନ ଆମ୍ପୁଡ଼ାରେ ଓଡ଼ିଶା ବେହାଲ । ଓଡିଶାର ୫ ଜିଲା ଅମ୍ପନ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି । ଫସଲ ଲୋଟିଛି, ବିଜୁଳି ଖୁଣ୍ଟ ଭାଙ୍ଗିଛି । ହଜାର ହଜାର ଏକର ଜମିର ଫସଲ ନଷ୍ଟ ହୋଇଛି । ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ‘ଅମ୍ପନ’ ପ୍ରଭାବରେ ଗଭୀର ପ୍ରଭାବିତ ହୋଇଛି । ରାଜ୍ୟରେ ୭୨ ଜଣ ମୃତ୍ୟୁବରଣ କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଦେଖିବାକୁ ଆମନ୍ତ୍ରଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବେ ବୋଲି ଚର୍ଚା ହେଉଛି । ତେବେ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ ।
ଏହି ଚର୍ଚାକୁ ଅଧିକ ଖୋରାକ ଯୋଗାଇଛି ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ । ସ୍ବତନ୍ତ୍ର ଗୁଇନ୍ଦା ଡିଜି ସତ୍ୟଜିତ ମହାନ୍ତି, ଏୟାରପୋର୍ଟ ନିର୍ଦ୍ଦେଶକ ଭି ଭି ରାଓ, ଅତିରିକ୍ତ ଡିଜି ପ୍ରିୟଦର୍ଶୀ ମିଶ୍ର, ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ, ଅତିରିକ୍ତ ପୋଲିସ କମିଶନର ଅନୁପ ସାହୁ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ ନିମନ୍ତେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ଆଲୋଚନା ଜୋର ଧରିଛି ।
ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଯଦି ଆସନ୍ତାକାଲି ଓଡ଼ିଶା ଆସନ୍ତି ତେବେ ଭୁବନେଶ୍ବର ବିମାବନ୍ଦରରେ ଓହ୍ଲାଇ ସ୍ବତନ୍ତ୍ର ହେଲିକପ୍ଟରରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରର ପ୍ରଭାବିତ ଅଞ୍ଚଳ ଯାଇ ପାରନ୍ତି । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଓଡ଼ିଶା ଗସ୍ତରେ ଆସି ପାରନ୍ତି ବୋଲି କୁହାଯାଉଛି ।

Опубликовано:

 

21 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 2   
@AnilKumar-qk8yb
@AnilKumar-qk8yb 4 года назад
Fantastic
@AnilKumar-qk8yb
@AnilKumar-qk8yb 4 года назад
Nice
Далее
Ozoda - Lada (Official Music Video)
06:07
Просмотров 1,8 млн
How A Poor Boy Built Oberoi Hotels
17:18
Просмотров 1,9 млн