#RNDEVOTIONALS PRESENTS #ODIA #CHRISTIAN #DEVOTIONAL #PRAISEANDWORSHIP #ISWARAJAGADEESWARA FROM #UPASANASANGEET
Singer: Rebecca Nayar, is a retired Indian Forest Service (IFS) officer of the 1984 batch (Odisha cadre). The singer, though not brought up in Odisha, learnt this song from her Odia parents during family prayers, till she left for the Indira Gandhi National Forest Academy (IGNFA), Dehradun.
She sings for the Glory of God!!!
Lyrics : Daniel Mohanty.
Tune : Dr. J.L. Nayar & Mrs Shakuntala Nayar.
Music arranger : Alok Dev.
Sound mastering : Nitya Sriranjan (JCK studio, Cuttack)
DOP : Rebecca Nayar
All copyrights reserved with RN Devotionals
Odia transcript
ଈଶ୍ୱର ଜଗଦୀଶ୍ୱର ପରମେଶ୍ୱର କରୁଣା କର । ଘୋଷା ।
ତୁମେ କରୁଣା କରିଲେ ଊଣା ହେବି ମୁଁ ଆଉ କାହାର ?
ମୋ ଦେହ ପ୍ରାଣ ଆତ୍ମା ଜୀବନ ସବୁ ତ ପ୍ରଭୁ ତୁମର । ୧ ।
ତୁମ୍ଭ ବିହୁନେ ଏହି ଭୂବନେ ମୋ ମନ ସଦା ଅସ୍ଥିର,
ଗଗନେ ଯେହ୍ନେ ଧୂମ ପବନେ କେବେ ନୁହଇ ସୁସ୍ଥିର । ୨ ।
ତୁମ୍ଭେ ସଙ୍ଗତେ ନ ଥିଲେ ମୋତେ ଦିଶଇ ସବୁ ଅନ୍ଧାର,
ପାପାତ୍ମା ଆସି ମନରେ ପଶି ଶାନ୍ତି ହରଇ ସତ୍ୱର । ୩ ।
ସବୁ ଅସାର, ମିଥ୍ୟା ସଂସାର, ନାହିଁ ବିଶ୍ରାମ ଆତ୍ମାର,
ତୁମ୍ଭ କରୁଣା କେବଳ ସିନା ସୁଖ ଶାନ୍ତିର ନିଝର । ୪ ।
ହେ ପ୍ରଭୁ ଆସ, ମୋ ହୃଦେ ବସ, କର ତହିଁ ଅଧିକାର,
ସଙ୍ଗତେ ଥାଅ, ଶାନ୍ତିରେ ନିଅ ସ୍ୱର୍ଗୀୟ ପଥେ ତୁମ୍ଭର । ୫ ।
ନିଦାନ କାଳ ହେଲେ ପ୍ରବଳ ମନୁ ଭୟ ଦୂର କର,
ଶ୍ରୀଚରଣେ ସ୍ଥିର ଭାବରେ ରଖହେ ଆତ୍ମା ମୋହର । ୬ ।
22 сен 2024