ହେ କ୍ଷମାମୟ କ୍ଷମାସାଗର
ପାପ ମୋ ମୋଚନ କର
ଅନୁତାପ ହୃଦେ ଭଗ୍ନ ଅନ୍ତରେ
ଆସିଛୁ ତୁମ ପୟରେ-୨
କ୍ଷମାକର-୨ ପାପ ମୋର -୨
କାୟମନ ବାକ୍ୟରେ କର୍ତ୍ତବ୍ୟ ଅବହେଳାରେ
କରିଛି ପାପ ମୁଁ
ବାରମ୍ବାର ପ୍ରଭୁ ତୁମ୍ଭ ବିରୁଦ୍ଧରେ -୨
ଅତ୍ୟନ୍ତ ଗୁରୁଦୋଷ କରିଛି ହେ ମୋ ଈଶ୍ୱର
କ୍ଷମାକର-୨ ପାପ ମୋର -୨
ମାତା ମେରୀ ମୋର
ଦୁତ ସାଧୁ ସାଧ୍ୱୀ ପାଶେ
କରେ ମୁଁ ମିନତି କରେ ନିବେଦନ
କ୍ଷମା ପାଇଁ ଈଶ୍ଵ ପାଶେ -୨
କ୍ଷମାକର-୨ ପାପ ମୋର -୨
ହେ କ୍ଷମାମୟ....
22 сен 2024